ବାଇକରୁ ଖସିପଡି ମହିଳା ଗୁରୁତର

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚଚା ଗ୍ରାମର ଧନସିଂ ପାଇକ ଏବଂ ସ୍ତ୍ରୀ ଗୌରୀ ପାଇକ ଏକ ବାଇକ ଯୋଗେ ଆଜି ସକାଳୁ ଝରିଗାଁ ସାପ୍ତାହିକ ହାଟ ଆସିଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଘର ନିକଟରେ ବାଇକରୁ ଗୌରୀ ଖସିପଡି ଥିଲେ। ଫଳରେ ଗୌରୀର ମୁଣ୍ଡ ଏବଂ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ପରେ ପରିବାର ଲୋକେ ତାଙ୍କୁ ବୋଲେରୋରେ ନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୌରୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।