ବାରଣାସୀ,ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଠାରୁ ୩ ଦିନ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି। ଆଜି ପ୍ରଥମ ଦିନରେ ସେ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ସେଠାରେ ସେ ଭଗବାନ ଶିବଙ୍କ ଅଭିଷେକ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ପରେ ରାଷ୍ଟ୍ରପତି ଦଶାଶ୍ୱମେଧ ଘାଟରେ ପହଞ୍ଚିଥିଲେ। ସେଠାରେ ସେ ସପରିବାରେ ଗଙ୍ଗା ଆରତିରେ ଭାଗ ନେଇଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଉପସ୍ଥିତ ଅଛନ୍ତି। ତେବେ ପ୍ରଥମ ଥର ଭାବେ ରାଷ୍ଟ୍ରପତି କୋବିନ୍ଦ ଗଙ୍ଗା ଆରତିରେ ସାମିଲ ହୋଇଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ବରେକ୍ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ। ସେହିପରି ଆସନ୍ତାକାଲି ସୋନଭଦ୍ରା ଯିବେ ଓ ୧୫ ତାରିଖ ଦିନ ବାରଣାସୀରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିଛି।