ନୂଆଦିଲ୍ଲୀ,ଏଜେନ୍ସି: ଗତ ୧୦୮ ଦିନ ହେବ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଚାଷୀମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନରେ ଚାଷୀଙ୍କୁ ବିରୋଧୀ ଦଳର ସମର୍ଥନ ମିଳିଛି। ଏନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ଅନେକ ବୈଠକ ହୋଇସାରିଥିଲେ ହେଁ କୌଣସି ସମାଧାନର ବାଟ ଫିଟିପାରୁନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି ଆନ୍ଦୋଳନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ। ଏନେଇ ଚାଷୀମାନେ ସିଂଘୁ ସୀମାରେ ପକ୍କା ଘର ନିର୍ମାଣ କରୁଛନ୍ତି।
ଏହି ପକ୍କା ଘର ଏହା ଦର୍ଶାଉଛି କି, ଆନ୍ଦୋଳନକାରୀ ଚାଷୀମାନେ ଖରା ଓ ବର୍ଷା ଦାଉରୁ ବଞ୍ଚି ସରକାରଙ୍କ ଦୃଢ଼ ସାମ୍ନା କରିବେ। ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ୨୦୨୦ ନଭେମ୍ବର ୨୬ ତାରିଖରେ ଆନ୍ଦୋଳନ ଆରମ୍ଭ ହୋଇଥିଲା।