Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆର୍ଥିକ ପୁନରୁତ୍‌ଥାନ ପାଇଁ ମନମୋହନ ଦେଲେ ୫ ମନ୍ତ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆର୍ଥିକ ପୁନରୁତ୍‌ଥାନ ପାଇଁ ମନମୋହନ ଦେଲେ ୫ ମନ୍ତ୍ର

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ସାଂପ୍ରତିକ ଆର୍ଥିକ ମାନ୍ଦାବସ୍ଥା ନେଇ ଏବେ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। କେବଳ ଶାସନତନ୍ତ୍ର ନୁହେଁ, ବରଂ ଜାତୀୟ ଏବଂ ଆନ୍ତର୍ଜାତିକସ୍ତରରେପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କ ଠାରୁ ଆରମ୍ଭ କରି ପ୍ରମୁଖ ଶିଳ୍ପପତିଙ୍କ ପର୍ଯ୍ୟନ୍ତ ଏଭଳି ଅବସ୍ଥାକୁ ପ୍ରତିହତ କରି ଆଗାମୀ ଦିନରେ ଅଭିବୃଦ୍ଧି  ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଭାରତୀୟ ଅର୍ଥନୀତିକୁ କିଭଳି ଅଧିକ ପ୍ରୋତ୍ସାହିତ କରାଯାଇପାରିବ ସେଥିନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ଏହିକ୍ରମରେ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂ।

ସାଂପ୍ରତିକ ସ୍ଥିତିରେ ଭାରତୀୟ ଅର୍ଥନୀତି ଅବନତି ମୁହାଁ ହୋଇଥିବା ସେ ସ୍ୱୀକାର କରିବା ସହିତ ଏଭଳି ସ୍ଥିତି ପାଇଁ ମୋଦୀ ସରକାରଙ୍କ ବିମୁଦ୍ରାୟନ ଏବଂ ତ୍ରୁଟିପୂର୍ଣ୍ଣ ଜିଏସ୍‌ଏଟି ବ୍ୟବସ୍ଥା ଦାୟୀ ବୋଲି କହିଛନ୍ତି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ସମ୍ପର୍କରେ  ଏକ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ ଡ. ସିଂ କହିଛନ୍ତି ଯେ, ଯେଉଁସବୁ କାରଣକୁ ନେଇ ଏଭଳି ସ୍ଥିତି ଉପୁଜିଛି ସେଗୁଡ଼ିକୁ ପ୍ରଥମେ ବିଶ୍ଳେଷଣ କରିବା ଦରକାର। ତ୍ରୁଟିପୂର୍ଣ୍ଣ ଜିଏସ୍‌ଏଟି ବ୍ୟବସ୍ଥା ହିଁ ମାନ୍ଦାବସ୍ଥାର ମୁଖ୍ୟ କାରଣ ହୋଇଥିବା ବେଳେ ଏହାକୁ ଯୁକ୍ତିଯୁକ୍ତ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଦ୍ୱିତୀୟରେ ଗ୍ରାମାଞ୍ଚଳ ଏବଂ କୃଷିକୁ ଅଧିକ  ପ୍ରାଧାନ୍ୟ ଦେବାକୁ କହିଛନ୍ତି।

ସେହିପରି ବଜାରରେ ଲିକ୍ୱିଡିଟି ବ୍ୟବସ୍ଥା ବା ନଗଦ ରାଶିର ପର୍ଯ୍ୟାପ୍ତ ଉପଲବ୍ଧତା ପାଇଁ ସରକାର ବିଧିବଦ୍ଧ ପଦକ୍ଷେପ ନେବା, ବୟନଶିଳ୍ପ, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହିତ ଗୃହ ନିର୍ମାଣ କ୍ଷେତ୍ରକୁ ଅଧିକ ଅନୁଦାନ ଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପର୍ଯ୍ୟାପ୍ତ ଏବଂ ସହଜ ଋଣ ଉପଲବ୍ଧ କରିବା ଓ ରପ୍ତାନି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଏବଂ ଏହାର ସଂପ୍ରସାରଣକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ବର୍ତ୍ତମାନ ଆମେରିକା ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଭାରତରୁ ରପ୍ତାନି ବୃଦ୍ଧି ସହିତ ନୂତନ ବଜାର ସୃଷ୍ଟି ପାଇଁ ମଧ୍ୟ ସରକାର ଗୁରୁତ୍ୱ ଦେବା ଉଚିତ୍ ବୋଲି ଡ. ସିଂ କହିଛନ୍ତି। ସାଂପ୍ରତିକ ଆର୍ଥିକ ସ୍ଥିତି କେବଳ ଏକଚକ୍ରୀ ପ୍ରକ୍ରିୟା ନୁହେଁ। ଏଥିପାଇଁ ଅର୍ଥନୈତିକ ସକାରାତ୍ମକ କାରଣ ମଧ୍ୟ ରହିଛି। ତେଣୁ ଉଭୟ ଦିଗକୁ ବିଶ୍ଳେଷଣ କରି ସରକାର ଉଚିତ୍ ପଦକ୍ଷେପ ନେଲେ ୩୩ ରୁ ୪୪ ବର୍ଷ ମଧ୍ୟରେ ଦେଶର ଅଭିବୃଦ୍ଧି ଉଚ୍ଚ ହାରରେ ପହଞ୍ଚିବ ବୋଲି ଡ. ସିଂ କହିଛନ୍ତି।