କୋରାପୁଟ,ଏନ୍ଏନ୍ଏସ୍: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପୁଅକୁ ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। କୋରାପୁଟ ବ୍ଲକ୍ କେନ୍ଦାର ପଞ୍ଚାୟତ ବାଲିପେଟ୍ଟା ଗ୍ରାମର ଭଗବାନ ପୁଜାରୀ ନିଜ ଅଟୋରିକ୍ସା ନେଇ କୋରାପୁଟ ଯାଉଥିବାବେଳେ ମସୁରିଆଗୁଡ଼ା ଛକରେ ଏକ ମିନିଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲାପାଳ ଅବଦ୍ଦଲ୍ ଏମ୍ ଅଖତାରଙ୍କ ଅନୁମୋଦନକ୍ରମେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ସେକସନ୍ ଅଫିସର୍ ପ୍ରକାଶ ଚନ୍ଦ୍ର ସାମଲ ମୃତ ହରି ପୁଜାରିଙ୍କ ପୁଅ କମଳ ଲୋଚନ ପୁଜାରୀକୁ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ।