ମଦ ଚାଲାଣ ବେଳେ ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ଥାନା ଅଞ୍ଚଳରେ ବେଆଇନ ଭାବରେ ଦେଶୀ ମଦ ଚାଲାଣ କରୁଥିବାବେଳେ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରି ୨୮ ପାଉଚ ମଦ ଜବତ କରିଛି। ଗିରଫ ବ୍ୟକ୍ତି ଜଣକ କାତିକେଲା ଗ୍ରାମର ଥବିର ତାଣ୍ଡିଆ (୨୭) ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ସୁନ୍ଦର କାତିକେଲା ଅଞ୍ଚଳରେ ଦେଶୀ ମଦ ଚାଲାଣ କରୁଥିବାବେଳେ ବଡ଼ମାଲ ପୁଲିସ ହାତରେ ଧରା ପଡ଼ିଥିଲେ। ଫଳରେ ପୁଲିସ ତାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।