ରାୟଗଡ଼ା: ଏନ୍ଏନ୍ଏସ୍: ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାତରେ ଦୁଇ ଅଭିଯୁକ୍ତ ଧରାପଡିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ମଝିଘରିଆଣି ମନ୍ଦିର ନିକଟରେ ଗାଡ଼ିକୁ ଅଟକାଇଥିଲା। ତେବେ ଯାଞ୍ଚ ବେଳେ ଉକ୍ତ ଟ୍ରକରେ ଗଞ୍ଜେଇ ପରିବହନ ହେଉଥିବା ଜଣାପଡିବା ପରେ ଗାଡିଟିକୁ ଥାନାରେ ଅଟକ ରଖାଯାଇଛି । ଉକ୍ତ ଟ୍ରକରେ ପରିବହନ ହେଉଥିବା ୨୦ଟନ ଅଦା ସହିତ ୧୯୦କେଜି ଗଞ୍ଜେଇ ଜବତ ହୋଇଛି । ଚାଳକ ଓ ହେଲ୍ପରକୁ ପୁଲିସ ଗିରଫ କରିଥିବା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ପଡୋଶୀ କୋରାପୁଟ ଜିଲ୍ଲା ପାଡୁଅ ଅଞ୍ଚଳରୁ ଏହି ଅଦା ବୋଝେଇ ଟ୍ରକଟି ରାୟପୁର ଅଭିମୁଖେ ଯାଉଥିଲା । ତେବେ ଅଦା ସହିତ ବିପୁଳ ପରିିମାଣର ଗଞ୍ଜେଇ ମଧ୍ୟ ପରିବହନ ହେଉଥିବା ରାୟଗଡା ପୁଲିସ ସୁରାକ ପାଇବା ପରେ ଆତର୍କିତ ଚଢ଼ଉ କରିଥିଲା।