ଏସସିବିରେ ଅଭାବନୀୟ ଘଟଣା: ରୋଗୀଙ୍କ ଉପରେ ଖସିପଡ଼ିଲା ପଙ୍ଖା

କଟକ,ଏନ୍ଏନ୍ଏସ୍: ଆଜି କଟକ ଏସସିବି ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ରୋଗୀ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଘରୁଥିବା ପଙ୍ଖା ଛିଡ଼ି ତାଙ୍କ ଉପରେ ପଡ଼ିଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ଯାଜପୁର ଜିଲ୍ଲାର। ଗତ ୪ ଦିନ ତଳେ ସେ ନିଆଁରେ ପୋଡି ହୋଇ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସର୍ଜର୍ରି ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିବା ସମୟରେ ଏକ ଛାତ ପଙ୍ଖା ଚାଲୁଥିବା ବେଳେ ତାଙ୍କ ଉପରେ ପଡ଼ିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।