ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭୂତାଣୁ ସଂକ୍ରମଣ ମାମଲା ପୁଣି ବଢ଼ିବାକୁ ଲାଗିଛି। ମାର୍ଚ୍ଚ ମାସ ଆରମ୍ଭରୁ ଦେଶରେ କରୋନା ଭୂତାଣୁ ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୧୮,୫୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୯୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୧୨ ଲକ୍ଷ ୨୯ ହଜାର ୩୯୮ରେ ପହଞ୍ଚିଛି। ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୮୫୩କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୧୪,୨୭୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଥିସହିତ ଦେଶରେ ବର୍ତ୍ତମାନ ୧ ଲକ୍ଷ ୮୮ ହଜାର ୭୪୭ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୧ କୋଟି ୮ ଲକ୍ଷ ୮୨ ହଜାର ୭୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।