ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏମସିଏଲ ଦ୍ୱାରା ପରିଚାଳିତ ବନ୍ଧବାହାଲସ୍ଥିତ ଡିଏଭିି ସ୍କୁଲର ବର୍ଦ୍ଧିତ ଫି’କୁ ଅପସାରଣ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଏଥିପାଇଁ ଆଜି ଅଣକର୍ମଚାରୀ ଅବିଭାବକ ସଂଘର ସଦସ୍ୟମାନେ ଡିଏଭି ପ୍ରିନ୍ସିପାଲଙ୍କୁ ସାକ୍ଷାତ କରିଛନ୍ତି। ଡିଏଭି ପକ୍ଷରୁ ଏକ ତରଫା ଭାବରେ ଏମସିଏଲ ଅଣକର୍ମଚାରୀ ଛାତ୍ରଛାତ୍ରୀଙ୍କର ସ୍କୁଲ ଫି’କୁ ୩ ଗୁଣା ବୃଦ୍ଧି କରାଯାଇଛି। ଏହାକୁ ଅବିିଭାକମାନେ ବିରୋଧ କରିବାରୁ ସ୍କୁଲ କର୍ତୃପକ୍ଷ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ପ୍ରଦାନରେ ଅସୁବିଧା ହେଉଥିବାରୁ ସ୍କୁଲ ଫି’ ବୃଦ୍ଧି କରାଯାଇଛି ବୋଲି ଏକ ନୋଟିସ ଜାରି କରିଛନ୍ତି। ତେବେ ପ୍ରକୃତରେ ସ୍କୁଲର ପରିଚାଳନା ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦରମା ଏମସିଏଲ ପୈଠ କରିଥାଏ। ତେଣୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ପ୍ରଦାନ ପାଇଁ ଅଣକର୍ମଚାରୀ ଅବିଭାବକଙ୍କ ପିଲାଛୁଆଙ୍କ ଫି’ ବର୍ଦ୍ଧିତ କରିବାର କୌଣସି ଆବଶ୍ୟକତା ନାହିଁ। କୋଭିଡ ସମୟରେ ସରକାର ତଥା ହାଇକୋର୍ଟ ଘରୋଇ ସ୍କୁଲ ଫି’ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବନ୍ଧବାହାଲସ୍ଥିତ ଡିଏଭି ସ୍କୁଲ ଏହାକୁ ଉଲଂଘନ କରି ସ୍କୁଲ ଫି’କୁ ୩ଗୁଣା ବୃଦ୍ଧି କରିଦେଇଛି। ଫଳରେ ଏହି ଫି’କୁ ପୈଠ କରିବା ପାଇଁ ଅବିଭାକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଳେ ପିଲାଙ୍କୁ ସ୍କୁଲରୁ ବାହାର କରିଦିଆଯିବ ସେହି ଭୟରେ କିଛି ଅବିଭାବକ ଏହି ବର୍ଦ୍ଧିତ ଫି’କୁ ପୈଠ କରିସାରିଲେଣି। ହେଲେ କେରୋନାରେ ରୋଜଗାର ପନ୍ଥା ହରାଇଥିବା ଅନେକ ଅବିଭାବକ ଏହି ବର୍ଦ୍ଧିତ ଫି’ ପୈଠ କରିବାକୁ ଅସମର୍ଥ । ତେଣୁ ଏହି ବର୍ଦ୍ଧିତ ଫି’କୁ ଅପସାରଣ କରି ପୂର୍ବରୁ ନିଆଯାଉଥିବା ଫି’କୁ ଲାଗୁ କରାଯାଉ ବୋଲି ଅବିଭାବକମାନେ ଡିଏଭି ସ୍କୁଲର ପ୍ରିନ୍ସିପାଲଙ୍କ ନିକଟରେ ଦାବି କରିଛନ୍ତି।