ପୁଣି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ଶିକ୍ଷକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ସନ୍ତୋଷ ସାହୁଙ୍କ ସମ୍ବଲପୁର, ସୁବର୍ଣ୍ଣପୁରର ଲାତୁରପେଟ ଘରେ ଭିଜିଲାନ୍ସ ଟିମ ମିଳିତ ଚଢ଼ଉ କରିଛି। ସନ୍ତୋଷ ସାହୁ ବର୍ତ୍ତମାନ ପଥରଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଲାତୁରପେଟରେ ତାଙ୍କର ୨ ବିଲ୍ଡିଂର ଏକ ଘର ସହ ୧୦ଟି ଷ୍ଟଲ ଓ ଗୋଟିଏ ୪ ଚକିଆ ଗାଡି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ସହ ସମ୍ପତ୍ତିର ଆକଳନ ଜାରି ରହିଛି। ଯାଞ୍ଚ ସରିଲେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।