ନୋଟ୍ ବନ୍ଦି ଭଳି ଭୁଲ ନିଷ୍ପତ୍ତି ଯୋଗୁଁ ଦେଶରେ ବୃଦ୍ଧି ପାଇଛି ବେକାରୀ ସମସ୍ୟା: ମନମୋହନ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ମୋଦୀ ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍ ଦ୍ୱାରା ଭର୍ଚ୍ଚୁଆଲ ଆୟୋଜିତ ଏକ ବିକାଶମୂଳକ ସମ୍ମିଳନୀ ‘ଥିଙ୍କ ଟ୍ୟାଙ୍କ’କୁ ଉଦଘାଟନ କରିବା ପରେ ‘ପ୍ରତୀକ୍ଷା ୨୦୩୦’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଶିଖରରେ ପହଞ୍ଚିଛି। ୨୦୧୬ ରେ ବିନା ବିଚାର ବିମର୍ଶରେ ବିମୁଦ୍ରୀକରଣ କରାଯାଇଥିଲା। ମୋଦୀ ସରକାରଙ୍କ ଏହି ପଦକ୍ଷେପ ବେକାରୀ ଏବଂ ଅସ୍ଥିରତା ସୃଷ୍ଟି କରିଛି ଯାହା ଅସଂଗଠିତ କ୍ଷେତ୍ରକୁ ଧ୍ୱଂସ କରିଦେଇଛି ବୋଲି ଶ୍ରୀ ସିଂ କହିଛନ୍ତି।

କେବଳ ଏତିକି ନୁହେଁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଆର୍ଥିକ ସଙ୍କଟକୁ ଲୁଚାଇବା ପାଇଁ ଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯେଉଁଥିପାଇଁ ଋଣ ସଙ୍କଟ ସୃଷ୍ଟି ହୋଇପାରେ। ଯାହା ଛୋଟ ଓ ଛୋଟ ଲୋକଙ୍କୁ ପ୍ରଭାବିତ କରିବ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିନଥିବାରୁ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଶ୍ରୀ ସିଂ।