ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ

ଭୁବନେଶ୍ୱର,ଏଜେନ୍ସି: ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ। ୨୦୧୩ ମସିହା ଡିସେମ୍ବର ୨୦ରେ ମିଳିତ ଜାତିସଂଘ ସାଧାରଣ ସଭାର ୬୮ ତମ ଅଧିବେଶନ ଏହି ଦିବସର ଘୋଷଣା କରାଯାଇଥିଲା। ୟୁଏନ୍-୬୮/୨୦୫ ରିଜୋଲ୍ୟୁସନରେ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟଜନ୍ତୁ ଦିବସ ଭାବେ ଘୋଷଣା କରାଯାଇଥିଲା। ୧୯୭୩ ମସିହାରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ ପାଇଁ ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବ ଦିଆଯାଇଥିଲା। ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟଜନ୍ତୁ ଉପରେ ପ୍ରାକୃତିକ ସମ୍ପଦର ଅସ୍ଥାୟୀ ବ୍ୟବହାରର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି।