ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ବିଜେଡି ପକ୍ଷରୁ ଡିଜିଟାଲ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ କମଳଲୋଚନ ମୁଟିକା, ଜିଲ୍ଲା ଯୁବ ସମ୍ପାଦକ ସଞ୍ଜୟ ପ୍ରଧାନ, ଜିଲ୍ଲା ଯୁବ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଜିତ ପଟ୍ଟନାୟକ, ରାମନାଗୁଡା ବ୍ଲକ୍ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ରାମନାଗୁଡା ଯୁବ ବ୍ଲକ୍ ସଭାପତି ରମେଶ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଡିଜିଟାଲ ଡ୍ରାଇଭ ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇପାରିବ। ଏହି କାର୍ଯ୍ୟକ୍ରମ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏଥିରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବକମାନଙ୍କର ପଞ୍ଜୀକରଣ କରାଯିବା ସହ ଯେକୌଣସି ବ୍ୟକ୍ତି ଏହାର ସଦସ୍ୟ ହୋଇପାରିବେ। ଏନେଇ ଡିଜିଟାଲ ଡ୍ରାଇଭ ମାଧ୍ୟମରେ ଯୁବ ଓ ଛାତ୍ରମାନଙ୍କୁ ଏକତ୍ରିତ ତଥା ସଂଗଠିତ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।