ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ, ଜଣେ ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଅବକାରୀ ବିଭାଗ ୪ କୁଇଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ ଛତିଶଗଡ଼ର ଅରୁଣ କୁମାର ସାହୁ । ବଲାଙ୍ଗିର ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ନାରାୟମ ମେହେରଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଲପଡ଼ା ଅଞ୍ଚଳର ଅବକାରୀ ଅଧିକାରୀ ଉଦେଲାଲ ନାୟକଙ୍କ ନେତୃତ୍ୱରେ ପେଟ୍ରୋଲିଂ ହେଉଥିବା ସମୟରେ ଗଞ୍ଜେଇ ଜବତ ହୋଇଥିଲା। ମିଳିଥିବା ରିପୋର୍ଟ ମୁତାବିକ, ଉକ୍ତ ଗଞ୍ଜେଇକୁ ଗ୍ରାମର ଏକ ପାଳ ଗଦାରେ ଜଣେ ଜୁବକ ଲୁଚାଉଥିବା ଦେଖି ଅବକାରୀ ଅଧିକାରୀମାନେ ଚତୁଃପାଶ୍ୱର୍ରୁ ଘେରିଯାଇ ଗଞ୍ଜେଇକୁ ଜବତ କରିବା ସହ ଅରୁଣକୁ ଗିରଫ କରିଥିବା ଜଣାପଡ଼ିଛି। ଅରୁଣ ଛତିଶଗଡ଼ର ହୋଇଥିବାରୁ ଏହି ଚାଲାଣ ଅନ୍ତଃରାଜ୍ୟ ବୋଲି ଅବକାରୀ ଅଧିକାରୀ କହିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ହାରାହାରି ୨୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତିକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି।