ଭାରତରେ ୫୮ ଲକ୍ଷ ଲୋକ ଲଗାଇଛନ୍ତି କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା ୫୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଟିକା ଲଗାଇ ସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସର୍ବାଧିକ ଟିକା ନେବା ମାମଲାରେ ଆମେରିକା, ବ୍ରିଟେନ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଆସାମ, ବିହାର, ଗୁଜରାଟ, ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଣିପୁର, ରାଜସ୍ଥାନ, ତ୍ରିପୁରା ଓ ଉତ୍ତରାଖଣ୍ଡରେ ରବିବାର ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ସଂନ୍ଧ୍ୟା ୬ଟା ୪୦ ସୁଦ୍ଧା ୫୮ଲକ୍ଷ ୩ହଜାର ୬୧୭ ଜଣ କରୋନା ଟିକା ଲଗାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୩ଲକ୍ଷ ୧୭ହଜାର ୩୬୦ ସ୍ୱାସ୍ଥ୍ୟକର୍ମୀ ଓ ୪ଲକ୍ଷ ୮୫ ହଜାର ୮୫୭ ଜଣ ଆଗଧାଡ଼ିର କର୍ମୀ ଟିକା ଲଗାଇଛନ୍ତି।