କୋରାପୁଟରୁ ରାୟପୁରକୁ ନୂତନ ବସ୍ ଚଳାଚଳ

କୋରାପୁଟ,ଏନ୍ଏନ୍ଏସ୍: ଛତିଶଗଡ଼ରୁ ରାୟପୁର ସହରକୁ କୋରାପୁଟରୁ ମୌଲା ନାମକ ନୂତନ ବସ୍ ଚଳାଚଳ ଆରମ୍ଭ କରିଛି। କୋରାପୁଟ ଘରୋଇ ବସ୍ ମାଲିକ ସଂଘ ସଭାପତି କୁଦରତ୍ ନୁର୍ ଖାନ୍,ସମ୍ପାଦକ ନରେଶ ଚନ୍ଦ୍ରପାଢୀ ଅତିଥି ଭାବେ ଯୋଗଦେଇ ବସ୍ ଚଳାଚଳ ଶୁଭାରମ୍ଭ କରିଥିଲେ। କୋରାପୁଟରୁ ରାତି ୮-୪୫ରେ ବାହାରି ବସ୍ ପରଦିନ ସକାଳ ୬ଟାରେ ରାୟପୁରରେ ପହଞ୍ଚିବ। ସେହିପରି ରାୟପୁରରୁ ରାତି ୧୦-୩୦ରେ ଛାଡି ପରଦିନ ସକାଳ ୭ଟା ୩୦ରେ କୋରାପୁଟରେ ପହଞ୍ଚିବ ବୋଲି ଜଣାପଡିଛି। ଏସ୍ କେ ବାସା,ଏସ୍ କେ କାଶିମ୍, ଶରତ ଗୌଡ଼ଙ୍କ ସମେତ ଘରୋଇ ବସ୍ ମାଲିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।