ବ୍ରଣ ସମସ୍ୟା ଦୂର କରିଥାଏ ପାଳଙ୍ଗ ଶାଗ, ବ୍ୟବହାର କରନ୍ତୁ ଏହି ୨ ହୋମମେଡ୍ ଫେସ୍ ପ୍ୟାକ୍

ପାଳଙ୍ଗଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ହେଲେ ଅନେକଲୋକ ଏହା ଜାଣିନାହାଁନ୍ତି ପାଳଙ୍ଗ ଶାଗ ତ୍ୱଚାକୁ ଉଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ପାଳଙ୍ଗରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ସହ ତ୍ୱଚାପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। ଏହା ତ୍ୱଚାରେ ଚମକ ଆଣିବା ସହ ମୁହଁରେ ବ୍ରଣ ସମସ୍ୟା ଦୂର କରିଥାଏ । ଆସନ୍ତୁ ଜାଣିବା ପାଳଙ୍ଗରେ କିପରି ପ୍ରସ୍ତୁତ ହୁଏ ଫେସପ୍ୟାକ୍ ।

ସାମଗ୍ରୀ :
ପାଳଙ୍ଗର କିଛି ପତ୍ର
ଦହି-୨ ରୁ ୩ ଚାମଚ

ପାଳଙ୍ଗର ପତ୍ରକୁ ଭଲଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦହି ଏବଂ ଗୋଲାପ ଜଳ ମିଶ୍ରଣ କରନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ପାଳଙ୍ଗ ଫେସପ୍ୟାକ୍ ।

କେମିତି କରିବେ ବ୍ୟବହାର :

ପ୍ରସ୍ତୁତ କରିଥିବା ଫେସପ୍ୟାକ୍ କୁ ମୁହଁ ଏବଂ ବେକରେ ଲଗାଇ ୧୫ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ।
ଫେସପ୍ୟାକ୍ ଶୁଖିଗଲା ପରେ ସଫା ପାଣିରେ ଧୋଇଦିଅନ୍ତୁ ।
ସପ୍ତାହରେ ଦୁଇଥର ଏହା କରିବା ଦ୍ୱାରା ମୁଖ ଜନିତ ସମସ୍ୟା ଦୂର ହୋଇଥାଏ ।

ଗ୍ଲୋଇଙ୍ଗ ସ୍କିଂନ ଫେସ ପ୍ୟାକ୍ :

ସାମଗ୍ରୀ :

କ୍ଷୀର- ୨ ରୁ ୩ ଚାମଚ

ପ୍ରସ୍ତୁତ ପ୍ରଣାଳୀ :

ପାଳଙ୍ଗର ପତ୍ରକୁ ଭଲଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଖିର, ମହୁ ଏବଂ ବେସନ ଭଲ ଭାବରେ ମିଶ୍ରଣ କରନ୍ତୁ ।

ବ୍ୟବହାର : ପ୍ରଥମେ ନିଜର ମୁହଁକୁ ଭଲଭାବରେ ଧୋଇ ସଫା କରନ୍ତୁ ।
ପ୍ରସ୍ତୁତ କରିଥିବା ଫେସପ୍ୟାକ୍ କୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଫେସପ୍ୟାକ୍ ଶୁଖିଗଲା ପରେ ସଫା ପାଣିରେ ଧୋଇଦିଅନ୍ତୁ ।
ସପ୍ତାହରେ ଗୋଟିଏ ଥର ପାଳଙ୍ଗର ଫେସପ୍ୟାକ୍ ବ୍ୟବହାର କରନ୍ତୁ ।