ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଦ୍ଵିତୀୟ ପର୍ୟ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦେଓଗାଁ ବ୍ଲକ ସଭାକକ୍ଷରେ ତହସିଲଦାର ନାରାୟଣ ସାହୁ, ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କ ସହ ସରପଞ୍ଚ, ସମିତି ସଭ୍ୟ, ଦମକଳ ବାହିନୀ, ପୁଲିସ ଅଧିକାରୀ, ଅଙ୍ଗନବାଡି କର୍ମୀ, ସହାୟିକା ସହଯନ୍ତ୍ରୀ ଓ ଜିଆରଏସମାନେ ଟିକା ନେଇଛନ୍ତି। ବ୍ଲକ କାର୍ୟ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟିକା କେନ୍ଦ୍ରରେ ୧୭୭ ଜଣ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁରେନ୍ଦ୍ର ପରକୀଆ କହିଛନ୍ତି।
ସୂଚନାଯୋଗ୍ୟ, ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ପର୍ୟ୍ୟାୟକ୍ରମେ ପ୍ରଥମ ଦିନରେ ୮୮, ଦ୍ବିତୀୟ ଦିନରେ ୧୧୨, ତୃତୀୟ ଦିନରେ ୯୯ ଓ ଚତୁର୍ଥ ଦିନରେ ୧୨୦ ଜଣଙ୍କୁ ମିଶାଇ ମୋଟ ୪୨୪ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।