ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପୁରୀ,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ମୋଟ ୬ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ପେଣ୍ଠକଟା ସ୍ଥିତ ଘର, ଗୁଣ୍ଡିଚା ମନ୍ଦିର ସମ୍ମୁଖ ୨ଟି ଘର, କେନ୍ଦ୍ରାପଡ଼ା ପୈତୃକ ଘର ଓ ବାଲିଘାଟ ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି। ଚଢ଼ଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।