ଝରାଫୁଲ ମୃତ୍ୟୁ ମାମଲା, ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁରରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା

ଯାଜପୁର,ଏନ୍ଏନ୍ଏସ୍: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ୱାଇଁ ଗତ କାଲି ଧରାପଡିଛି।

ତେବେ ମୃତ୍ୟୁ କେମିତି ହେଲା, କିଭଳି ମୃତ ଦେହକୁ ଫିଙ୍ଗା ଯାଇଥିଲା ଏ ବାବଦରେ ସବିଶେଷ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରି ପୂରା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମହିଳା କମିଶନ ଅଧ୍ୟକ୍ଷା।

ଅନ୍ୟପଟେ ଏହି ଘଟଣା ବାବଦରେ ପୂର୍ବରୁ ମହିଳା କମିଶନ ଅଧ୍ୟକ୍ଷା ଯାଜପୁର ଏସପିଙ୍କ ସହିତ ଆଲୋଚନା କରିଥିଲେ। ଏବଂ ଆଜି ପୁଣି ଥରେ ଏହି ପ୍ରସଙ୍ଗରେ ଯାଜପୁର ଏସପି ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।