ପୁଣି ବଢ଼ିଲେ ଆକ୍ରାନ୍ତ: ଦେଶରେ ଦିନକରେ ୧୮,୮୫୫ କରୋନା ସଂକ୍ରମିତ ଚିହ୍ନଟ, ୧୬୩ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ହାର କମିଥିବା ବେଳେ ଏହା ପୁଣି ୧୮ ହଜାର ପାର କରିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ଆଉ ୧୮,୮୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୭ ଲକ୍ଷ ୨୦ ହଜାର ୪୮କୁ ଛୁଇଁଛି। ସେହିପରି ଦେଶରେ ଆଉ ୧୬୩ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୨୦,୭୪୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଫଳରେ ଦେଶରେ ବର୍ତ୍ତମାନ ୧ ଲକ୍ଷ ୭୧ ହଜାର ୬୮୬ ଜଣ ଚିକିତ୍ସାଧୀନ ରହିଥିବା ବେଳ ୧ କୋଟି ୩ ଲକ୍ଷ ୯୪ ହଜାର ୩୫୨ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପଟେ ଦେଶରେ ୧ ଲକ୍ଷ ୫୪ ହଜାର ୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେବେ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ୨୮ ହଜାର ୫୩ ଜଣ ଟିକା ନେଇସାରିଛନ୍ତି।