ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନରେ ୧୬୫ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରିଟେନରେ ନୂଆ ରୂପରେ ଦେଖାଦେଇଥିବା କରୋନା ଭାଇରସରେ ଭାରତର ପ୍ରାୟ ୧୬୫ ଜଣ ସଂକ୍ରମିତ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି। ଏସମସ୍ତଙ୍କ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭିନ୍ନ ଭିନ୍ନ କୋଠରୀରେ ରଖାଯାଇଛି। ଏଥିସହିତ ସାଥୀରେ ଆସିଥିବା ସହଯାତ୍ରୀ ଓ ପରିବାର ଲୋକଙ୍କ ଠିକଣା ଖୋଜିବାର ପ୍ରୟାସ ମଧ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ବ୍ରିଟେନରେ ଦେଖାଦେଇଥିବା ଏହି ନୂଆ ରୂପର କରୋନା ଭାଇରସ ମାମଲା ଡେନମାର୍କ, ନେଦରାଲାଣ୍ଡ, ଅଷ୍ଟ୍ରେଲିୟା, ଇଟାଲି, ସ୍ୱଡେନ, ଫ୍ରାନ୍ସ, ସ୍ପେନ, ଜର୍ମାନୀ, କାନାଡା, ଜାପାନ ଓ ସିଙ୍ଗାପୁରରେ ମଧ୍ୟ ସାମ୍ନାକୁ ଆସିଛି।