ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ବୟାନ ସାମ୍ନାକୁ ଆସିଛି। ହେମା ମାଳିନୀ କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଯଦି ବିଜେପି ଶାସନକୁ ଫେରେ ତେବେ ଏଠାକାର ଲୋକଙ୍କ ଜୀବନରେ ସୁଧାର ଆସିବ। ହେମା ମାଳିନୀ ଏକ ଆଲବମ୍ ଲଞ୍ଚ ଅବସରରେ ଏହି ବୟାନ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ଅଭିଯାନର ଏନ୍ଥମ ରୂପେ ଏହି ଆଲବମକୁ ପ୍ରସ୍ତୁତ କରାଯାଇଛି। ଆଲବମରେ ହିନ୍ଦୀ ଓ ବଙ୍ଗଳାରେ ମୋଟ ୪ଟି ଗୀତ ରହିଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଉସ୍ତାଦ ରାଶିଦ ଖାନ୍, ପ୍ରଖ୍ୟାତ ସଙ୍ଗୀତଜ୍ଞ ଉସ୍ତାଦ ଅକରମ ଖାନ୍, ଜଣାଶୁଣା କଥକ ନୃତ୍ୟାଙ୍ଗନା ରାନୀ ଖାନମ ସମେତ କିଛି ରାଜନୈତିକ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଇଣ୍ଡୋ ଅକ୍ସିଡେଣ୍ଟାଲ ସିମ୍ବାୟୋସିସର ସଂସ୍ଥାପକ ସୋଭିକ ଦାସଗୁପ୍ତା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।