ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡରେ ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଭେଟିଛନ୍ତି। ଶୁଶ୍ରୁତା ଟ୍ରୋମା ସେଣ୍ଟରକୁ ଗସ୍ତ କରି ଶାହ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ସମୟରେ ଶାହଙ୍କ ସହ ଦିଲ୍ଲୀ ପୁଲିସ କମିସନର ଏସଏନ ଶ୍ରୀବାସ୍ତବ ଓ ଅନ୍ୟ ବରିଷ୍ଠ ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ପାଖାପାଖି ୩୯୪ ପୁଲିସ କର୍ମୀ ଆହତ ହୋଇଥିଲେ। ୨୭ ତାରିଖରେ ସୁରକ୍ଷା ସ୍ଥିତି ଓ ସହରରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଶାହ ସମୀକ୍ଷା କରିଛନ୍ତି।