ଜୟପୁର,ଏନ୍ଏନ୍ଏସ୍: ବୋରିଗୁମ୍ମା ବନାଞ୍ଚଳ ଅଧୀନ ଚୋରାମୂଳା ଗ୍ରାମରୁ ବନବିଭାଗ ୧୦ କିଲୋ ଓଜନର ଏକ ୮ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର କରିଛି। ଚୋରାମୂଳା ଗ୍ରାମର ଜଣଙ୍କ ଘରେ ଏକ ସାପ ଥିବା ଜାଣିବା ପରେ ପରିବାର ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ବନାଞ୍ଚଳ ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ନେକ୍ ରେସକ୍ୟୁ ଟିମ୍ ସେଠାରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ଅଜଗରକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।