ଫେବୃଆରୀ ୧୪ ପର୍ଯ୍ୟନ୍ତ ଭାରତରୁ ବ୍ରିଟେନକୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,ଏଜେନ୍ସି: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ସମସ୍ତ ବିମାନ ଉଡାଣ ପ୍ରତିବନ୍ଧକକୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି। ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଏହା ପୂର୍ବରୁ ବ୍ରିଟେନରେ କରୋନା ଭାଇରସର ନୂତନ ଷ୍ଟ୍ରେନ ଆରମ୍ଭ ହେବା ପରେ ଭାରତ ପ୍ରଥମେ ଡିସେମ୍ବର ୨୩ ତାରିଖରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନ ଉଡାଣକୁ ବାତିଲ କରିଥିଲା। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା କି ବ୍ରିଟେନରୁ ଆସୁଥିବା ଜଣେ ଯାତ୍ରୀ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଇ ନେଗେଟିଭ ହୋଇଥିଲେ ଭାରତକୁ ଆସିପାରିବେ। ଏଥିସହ ଯାତ୍ରୀ ଜଣଙ୍କ ଭାରତରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କର ପୁଣି ଆରଟିପିସିଆର ଟେଷ୍ଟ କରାଯିବ।