ମୁମ୍ବାଇ,ଏଜେନ୍ସି: କରୋନା ମହାମାରୀକୁ ଭାରତ ଦୃଢ଼ ଭାବେ ସାମ୍ନା କରୁଛି। ଏଥିସହିତ ସାରା ବିଶ୍ୱରେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ। ଭାରତରେ ୨ଟି କରୋନା ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ଜରୁରୀକାଳୀନ ଅନୁମତି ମିଳିସାରିଛି। ଏହି ପରିପ୍ରେକ୍ଷୀରେ ଭାରତ କେବଳ ନିଜ ଦେଶ ନୁହେଁ ବରଂ ଅନ୍ୟ ରାଷ୍ଟ୍ରକୁ ମଧ୍ୟ କରୋନ ଟିକା ଯୋଗାଉଛି। କରୋନାରେ ବ୍ୟାପକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକୁ ଭାରତ ଟିକା ପଠାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭାରତ ବହରିନ ଓ ଶ୍ରୀଲଙ୍କାକୁ ମଧ୍ୟ କରୋନା ଟିକା ପଠାଉଛି।
ଭାରତ ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘କୋଭିସିଲ୍ଡ’ ଟିକା ଆଜି ମୁମ୍ବାଇରୁ ଶ୍ରୀଲଙ୍କାର ରାଜଧାନୀ କୋଲମ୍ବୋ ଓ ବହରିନକୁ ପଠାଯାଇଛି। ଭାରତରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବା ପରଠୁ ଭାରତ ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାର, ବ୍ରାଜିଲ ଭଳି ଦେଶକୁ ଟିକା ରପ୍ତାନି କରିଛି।