ଗଣତନ୍ତ୍ର ଦିବସ ସମାରୋହ ବେଳେ ମୂର୍ଚ୍ଛା ହୋଇ ପଡିଗଲେ ଯବାନ

ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ଗଣତନ୍ତ୍ର ଦିବସ ପାଳନ ହେଉଛି। ଏହି ସମାରୋହ ଚାଲିଥିବା ବେଳେ ରିଜର୍ଭ ପୁଲିସର ଜଣେ ଯବାନ ମୂର୍ଚ୍ଛା ହୋଇ ପଡିଆରେ ପଡିଯାଇଥିବା ଦେଖିବାକୁ ମିଳିଛି।

ଜାତୀୟ ସଂଗୀତ ଗାନ ପରେ ମୁଖ୍ୟଅତିଥି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନିଜ ଅଭିଭାଷଣ ପ୍ରଦାନ କରୁଥିଲେ। ଏହି ସମୟରେ ସମାରୋହରେ ଅଂଶଗ୍ରହଣ କରିଥିବା ରିଜର୍ଭ ପୁଲିସର ଯବାନ ଅନିଲ କୁମାର ସାହୁ ହଠାତ ମୂର୍ଚ୍ଛା ହୋଇ ପଡ଼ିଆରେ ପଡ଼ିଯାଇଥିଲେ। ତାଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହା ଦେଖି ମୁଖ୍ୟ ଅତିଥି ଶ୍ରୀ ସାମଲ କିଛି ସମୟ ପାଇଁ ନିଜ ଅଭିଭାଷଣ ବନ୍ଦ କରିବା ସହ ପଡିଆରେ ଉପସ୍ଥିତ ଡାକ୍ତରୀ ଦଳ ତୁରନ୍ତ ପଡିଆ ମଧ୍ୟରେ ପ୍ରବେଶ କରି ଆମ୍ବୁଲାନ୍ସ ଯୋଗେ ଯବାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି।