ଗଣତନ୍ତ୍ର ଦିବସରେ ମୋଦୀ ପିନ୍ଧିଲେ ଖାସ୍ ପଗଡ଼ି

ନୂଆଦିଲ୍ଲୀ: ଦେଶ ଆଜି ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଖାସ୍ କିସମର ପଗଡ଼ି ପିନ୍ଧିଥିଲେ। ମୋଦୀଙ୍କୁ ଏହି ପଗଡ଼ି ଗୁଜୁରାଟ ଜାମନଗରର ଏକ ରାଜକୀୟ ପରିବାର ଉପହାରସ୍ୱରୂପ ଦେଇଥିଲେ। ସେଥିପାଇଁ ମୋଦୀ ଗଣତନ୍ତ୍ର ଦିବସରେ ସାଫା ବାନ୍ଧିବାର ପରମ୍ପରାକୁ ବଜାୟ ରଖି ଏଥର ଏହି ଖାସ୍ ପଗଡ଼ି ପିନ୍ଧିଥିଲେ। ଏଥିସହିତ ପାରମ୍ପରିକ କୁର୍ତ୍ତା, ପାଇଜାମା, ଜ୍ୟାକେଟ ଓ କାନ୍ଧରେ ଏକ ଶାଲ୍ ପକାଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ମୋଦୀ ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସରେ ଖାସ୍ ପଗଡ଼ି ପିନ୍ଧିଥାନ୍ତି। ଗତବର୍ଷ ‘ବନ୍ଧନୀ’ ପିନ୍ଧିଥିଲେ।