ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ଜିପିର ଜିଆରଏସ୍ ହିମାଂଶୁ ବାଘ ସିବିଆଇ ଜାଲରେ ଫସି ଯାଇଛନ୍ତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିମାଂଶୁଙ୍କ ଉମରକୋଟସ୍ଥିତ ଭଗବତୀ ନଗର ଓ ସାନଭରଣ୍ଡୀସ୍ଥିତ ବାସଭବନରେ ଚଢ଼ଉ ଚାଲିଛି। ଏହି ଚଢ଼ଉରେ ବିପୁଳ ପରିମାଣରେ ଟଙ୍କା ଓ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି। ହିମାଂଶୁ ସିଂସାରୀ ଓ ଭଣ୍ଡାରୀଗୁଡ଼ା ଜିପିର ଜିଆରଏସ ଦାୟିତ୍ୱରେ ଥିଲେ। ଏହି ଚଢ଼ଉରେ ନବରଙ୍ଗପୁର, ଜୟପୁର, କଳାହାଣ୍ଡି, ନୂଆପଡ଼ା ଓ ମାଲକାନଗିରିର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି। ଏଥିରେ ୨ଜଣ ଡିଏସପିଙ୍କ ନେତୃତ୍ୱରେ ପ୍ରାୟ ୨୦ଜଣ ରହିଥିବା ଜଣାପଡ଼ିଛି।