ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୪ଜଣ ଓ ସ୍ଥାନୀୟ ସଂକ୍ରମଣ ୫୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୮୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୨୩, ସୁନ୍ଦରଗଡ଼ରୁ ୧୭, ସମ୍ବଲପୁରରୁ ୧୬, ଅନୁଗୁଳରୁ ୧୩, ବରଗଡ଼ରୁ ୧୨, ବାଲେଶ୍ୱରରୁ ୮, କଟକରୁ ୬, ଯାଜପୁର ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର ଓ ନୂଆପଡ଼ାରୁ ୪ଜଣ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୪ଲକ୍ଷ ୭୭ ହଜାର ୭୫୭ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୩ହଜାର ୮୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୦ହଜାର ୩୨୧ଜଣ ସୁସ୍ଥ ହୋଇଛନ୍ତି,୧୯୦୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୮୯ ଜଣ ଚିକିତ୍ସିତ ହେଉଛନ୍ତି।