ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିବନି ବିଜେପି

କୋଲକାତା,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗରେ ଆଉ ମାତ୍ର କିଛି ଦିନ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଯାହାକୁ ନେଇ ଦିଦିଙ୍କ ଗଡରେ ରାଜନିତିକ ମାହୋଲ ଗରମ ହୋଇଛି। ବିଜେପିର ମିଶନ ବଙ୍ଗାଲକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ବିଜେପିର ଆଉ ଏକ ବଡ ଘୋଷଣା ଏବେ ଟିଏମସିକୁ ଅଡୁଆରେ ପକାଇଛି।

ଆଜି ଭାରତୀୟ ଜନତା ପାର୍ଟିର ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଲାଶ ବିଜୟବର୍ଗୀୟ ଏକ ବଡ ଘୋଷଣା କରି କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରାଯିବା ନାହିଁ। ନିର୍ବାଚନ ସରିବା ପରେ ଫଳାଫଳକୁ ଦେଖି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ବାବଦରେ ନିଷ୍ପତି ନିଆଯିବ।

ରାଜ୍ୟ ବିଜେପି ପ୍ରଭାରୀଙ୍କ ଏହି ଘୋଷଣା ପରେ ଏବେ ଟିଏମସିର ମୁଣ୍ଡବିନ୍ଧା ବଢ଼ିଯାଇଛି। ଅନ୍ୟପଟେ ଟିଏମସିର ଗୋଟିଏ ପରେ ଗୋଟିଏ ପ୍ରଭାବଶାଳୀ ନେତା ବିଜେପିରେ ଯୋଗଦେବା ଆସନ୍ତା ନିର୍ବାଚନକୁ ଆହୁରି ରୋଚକ କରିବାକୁ ଯାଉଛି।