ଏମସିସି ଓ ଏମଆରଏଫ୍ ସେଣ୍ଟର ପରିଦର୍ଶନ କଲେ ସାଂସଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ସ୍ଥିତ ମାଇକ୍ରୋ କଂପୋଜିଟ ସେଣ୍ଟର(ଏମସିସି)କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ପରିଦର୍ଶନ କରି ଖୁବ ପ୍ରଂଶସା କରିଛନ୍ତି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ ଏହି ସେଣ୍ଟରରୁ ଉତ୍ପାଦିତ ଜୈବିକ ଖତ ସାସଂଦକୁ ପ୍ରଦାନ କରିବାସହ ଏହାର ଉପକାରିତା ବିଷୟରେ ଅବଗତ କରାଇଥିଲେ। ଏହାପରେ ଏମସିସି ଓ ଏମଆରଏଫ୍ ପ୍ଲାଣ୍ଟକୁ ପରିଚାଳନା କରୁଥିବା ଦୁଇଟି ସ୍ୱୟଂସହାୟକ ଗୋଷ୍ଠୀକୁ ସାଂସଦ ଶ୍ରୀ ପୂଜାରୀ କାର୍ଯ୍ୟ ପ୍ରଣାଳୀ ବିଷୟରେ ପଚାରି ବୁଝିଥିଲେ। ସାଂସଦଙ୍କ ପରିଦର୍ଶନ ସମୟରେ ସିଟି ମ୍ୟାନେଜର ମୋନାଲିସା ମହାପାତ୍ର, ସିଓ ନିଲୁ ହଂସା ସମେତ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସହୁ, ପ୍ରମୋଦ ସେନାପତି, ରଘୁପଣ୍ଡା, ଚକାନନ୍ଦ ସା, ସଞ୍ଜୟ ସିଂ, ପରଶନାଥ ଜୟସ୍ୱାଲ, ପ୍ରଚଣ୍ଡ ଜସ୍ୱାଲ, ବିକାଶ ଅଗ୍ରୱାଲ, ରମେଶ ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯୋଗ୍ୟ ଯେ, ଏହି ପ୍ଲାଣ୍ଟରୁ ବାହାରୁଥିବା ଜୈବିକ ଖତ ମୋ ଖତ ନାମରେ ନାମିତ କରାଯାଇଛି। ସ୍ୱଚ୍ଛଭାରତ ମିଶନ ଓ ସଲିଡ଼ ୱେଷ୍ଟ ମ୍ୟାନେଜମେଣ୍ଟ (ଏସଡବ୍ଲୁଏମ୍)ର ସ୍କିମରେ ୭୨ ଲକ୍ଷ ୫୮ ହଜାର ବ୍ୟୟ ଅଟକଳରେ ବେଲପାହାଡରେ ଜିଲ୍ଲାର ପ୍ରଥମ ମାଇକ୍ରୋ କମ୍ପୋଜିଟ ସେଣ୍ଟର ନିର୍ମାଣ ହୋଇଛି। ଏହାସହିତ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ମ୍ୟାଟରିଆଲ ରିକୋଭରି ଫେସଲେଟି (ଏମଆରଏଫ୍) ମଧ୍ୟ ନିର୍ମାଣ କରାଯାଇଛି।