ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଧାନ ବୋଝେଇ ପିକ୍ଅପ୍ ଭ୍ୟାନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଫିସ ସମ୍ମୁଖରେ ଏକ ଧାନ ବୋଝେଇ ପିକ୍ଅପ୍ ଭ୍ୟାନ ରାସ୍ତାରେ ଯାଉଥିବା ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ଏହି ସମୟରେ ନିକଟରେ ଯାଉଥିବା ସାଇକେଲ ଆରୋହି ଓ ପିକ୍ଅପ୍ ଭ୍ୟାନର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ସାଇକେଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ସୂଚନା ଅନୁଯାୟୀ ଆଜି କୁଆପଶି ଗ୍ରାମର ଜଣେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଭଡାରେ ପିକ୍ଅପ୍ ଭ୍ୟାନରେ ଧାନ ବୋଝେଇ କରି ପାଟଣା ଧାନ ମଣ୍ଡିକୁ ନେଉଥିଲା। ଏହି ସମୟରେ ପାଟଣା ବ୍ଲକ ଅଫିସ ସମ୍ମୁଖରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିିଁ ଓଲଟି ପଡ଼ିଥିଲା। ରାସ୍ତା ଉପରେ ଧାନ ବସ୍ତା ଗୁଡିକ ପଡି ରହିଥିଲା ଫଳରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ପିକ୍ଅପ୍ ଭ୍ୟାନକୁ ଜବତ କରି ତଦନ୍ତ ଚାଲୁ ରଖିଛି।