ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଆଜି ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ରଥକୁ ଶୁଭାରମ୍ଭ କରିଥିଲେ। ଏହି ରଥ ଆଜିଠାରୁ ଫେବୃଆରୀ ୧୭ ତାରିଖ ଯାଏଁ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ପୌରପରିଷଦ ଅଞ୍ଚଳରେ ବୁଲି ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବ। ସଡ଼କ ସୁରକ୍ଷା ସଚେତନତା ରଥ ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇକେଲ ରାଲିକରି ଲୋକଙ୍କୁ ସଡ଼କ ସୁରକ୍ଷା ତଥା ବିଭିନ୍ନ ଟ୍ରାଫିକ ନିୟମ ଉପରେ ଅବଗତ କରାଇଛନ୍ତି।