୨୯ ଜାନୁଆରୀରୁ ସଂସଦର ବଜେଟ୍ ଅଧିବେଶନ, ଫେବୃଆରୀ ୧ରେ ସାଧାରଣ ବଜେଟ୍

ନୂଆଦିଲ୍ଲୀ,ଏଜେନ୍ସି: ସଂସଦୀୟ ବ୍ୟାପାରର କ୍ୟାବିନେଟ୍ କମିଟି (ସିସିପିଏ) ୨୯ ଜାନୁଆରୀରୁ ବଜେଟ୍ ଅଧିବେଶନ ପାଇଁ ସୁପାରିଶ କରିଛି। ସଂସଦର ବଜେଟ୍ ଅଧିବେଶନ ୨୯ ଜାନୁଆରୀରୁ ଆରମ୍ଭ ହେବ। ବଜେଟ୍ ଅଧିବେଶନ ଦୁଇଟି ଭାଗରେ ହେବ।

ପ୍ରଥମ ଭାଗ ୨୯ ଜାନୁଆରୀରୁ ଆରମ୍ଭ ହୋଇ ୧୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ଦ୍ୱିତୀୟ ଭାଗ ୮ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୧ରେ ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପିତ ହେବ। ଜାନୁଆରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ।