ବିଜେପିର ବିକ୍ଷୋଭ ପ୍ରଦର୍ଶନ

ରାୟଗଡ଼ା,ଏନ୍ଏନ୍ଏସ୍: ମହଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି କର୍ମୀ କୁଳମଣି ବରାଳଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ଥାନା ଘେରାଉ କରିଛି ବିଜେପି ଯୁବମୋର୍ଚ୍ଚା। ଏଥିସହ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ବିଜେପି ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛି। ଗାନ୍ଧୀ ପାର୍କଠାରୁ ଏକ ରାଲିରେ ବାହାରି ହତ୍ୟା ଘଟଣାର ଦୃଢ ନିନ୍ଦା କରିବା ସହ ଥାନା ଘେରାଉ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ଯୋଜନା କହି ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିବାରୁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଜିଲ୍ଲା ନଗର ସଭାପତି ଶ୍ୟାମ କୁମାର ଦାଶ କହିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ସମୟରେ ଯୁବମୋର୍ଚ୍ଚା ସଭାପତି ନିଳାଦ୍ରୀ ବିହାରୀ ପାତ୍ର, ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକା, ବିଦ୍ୟା ପଣ୍ଡା, ଅଜୟ ଚୁଲେଟ, ଗୋପାଳ ପାଢୀ, ଜଗଦିଶ ରାଓ, ସୁଶାନ୍ତ ମିଶ୍ର, ସୁମିତ୍ରା ସାହୁ, ତନଭି ଅଗ୍ରବାଲ ପ୍ରମୁଖ ଉପସ୍ଥିତ ଥିଲେ।