ଆମପାଣି ଘାଟି ଜଙ୍ଗଲ ରାସ୍ତାରେ କଲରା ପତରିଆ ବାଘ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ୍ ଆମପାଣି ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ସିଉନି ଗ୍ରାମର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ରାତି ପ୍ରାୟ ୧୧ଟା ୧୫ ମିନିଟ ସମୟରେ ଜୟପୁର ପଟୁ ନିଜ ଗାଁ ସିଉନି ଫେରୁଥିବା ବେଳେ ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏହି କଲରା ପତରିଆ ବାଘକୁ ଦେଖିଛନ୍ତି। ପୂର୍ବରୁ ଏହି ଜଙ୍ଗଲରେ ଭାଲୁ ଦେଖିବାକୁ ମିଳିଥିବା ବେଳେ ଗତକାଲି କଲରା ପତରିଆ ବାଘ ଦେଖିବାକୁ ମିଳିଛି। ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।