ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଟୋକନ ଆବେଦନ ସମୟରେ ସାମାନ୍ୟ ତୃଟି ଯୋଗୁଁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ସମବାୟ ସମିତିର ୧୭୨ ଜଣ ଚାଷୀ ଏବେ ଧାନ ବିକ୍ରି କରି ପାରୁନାହାଁନ୍ତି। ଫଳରେ ଏହି ୧୭୨ ଚାଷୀଙ୍କର ପ୍ରାୟ ୬ ହଜାର କ୍ୱିଣ୍ଟାଲ ଧାନ ଏବେ ବିକ୍ରି ହୋଇପାରୁ ନାହିଁ। ଟୋକନ ନଥିବାରୁ ଚାଷୀ ମଣ୍ଡିକୁ ଧାନ ବିକ୍ରି ପାଇଁ ନେଇ ପାରୁନାହାଁନ୍ତି। ଧାନ ଖୋଲା ଆକାଶ ତଳେ ପଡିରହିଛି। ସରକାର ଶୀଘ୍ର କ୍ରୟ ନକଲେ ଏହା ବନ୍ୟ ଯନ୍ତୁ ମୂଷା, ତଥା ବର୍ଷାରେ ନଷ୍ଟ ହେବାର ଆଶଙ୍କ। ରହିଛି। ବହୁ କଷ୍ଟରେ ଧାର କରଜ କରି ଉପାର୍ଜିତ କରିଥିବା ଧାନକୁ ଏବେ ବିକ୍ରି କରି ପାରୁ ନଥିବାରୁ ଅତାବିରା ସମବାୟ ସମିତିର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାର ତାଙ୍କର ଧାନ କ୍ରୟ କରିବା ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ ସେମାନେ ଆତ୍ମହତ୍ୟାର ରାସ୍ତା ଅବଳମ୍ବନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଟୋକନ ସାହାଯ୍ୟରେ ମଣ୍ଡିରେ ଧାନ ବିକ୍ରି କଲେ ଚାଷୀମାନେ କ୍ୱିଣ୍ଟାଲ ପ୍ରତି ୧୮ଶହ ଟଙ୍କା ମିଳୁଥିବାବେଳେ ଟୋକନ ନ ମିଳିଲେ ସେମାନେ ଶାଗମାଛ ଦରରେ ଦଲାଲମାନଙ୍କୁ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେବେ। ତେଣୁ ସରକାର ଶୀଘ୍ର ସେମାନଙ୍କୁ ଟୋକନ ପ୍ରଦାନ କରି ତାଙ୍କର ଧାନ କ୍ରୟ କରନ୍ତୁ ବୋଲି ଚାଷୀମାନେ କହିଛନ୍ତି।