ଭାରତ ଆସିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ, କରୋନା ପାଇଁ ଗସ୍ତ ବାତିଲ

ନୂଆଦିଲ୍ଲୀ,ଏଜେନ୍ସି: ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଗସ୍ତରେ ଆସିବାକୁ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ ସନ ଭାରତ ଗସ୍ତ ବାତିଲ କରିଛନ୍ତି। ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାିଛି। ତେଣୁ ସେ ଭାରତ ଗସ୍ତରେ ଆସି ପାରିବେ ନାହିଁ। ସୂଚନା ଯୋଗ୍ୟ, ଜାନୁୟାରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ଜନସନ କହିଛନ୍ତି, ୨୦୨୧ର ପ୍ରଥମ ୬ମାସ ମଧ୍ୟରେ ମୋର ଭାରତ ଗସ୍ତ କରିବାର ଆଶା ରହିଛି। ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଶା ଅଛି।