ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ଦାବିପତ୍ର

ଟିକାବାଲି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଟିକାବାଲିସ୍ଥିତ ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ସମିତିର ଏକ ପ୍ରତିନିଧି ଦଳ ବିିଭିନ୍ନ ସମସ୍ୟା ନେଇ ଆଜି ଟିକାବାଲି ବିଡ଼ିଓ ଓ ସରପଞ୍ଚଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଗ୍ରାମରେ ପାନୀୟଜଳର ସମସ୍ୟା ସହିତ ଷ୍ଟ୍ରିଟ୍ ଲାଇଟ୍ ଆବଶ୍ୟକତା ଉପରେ ଦର୍ଶାଯାଇଛି। ଗ୍ରାମ୍ୟ ଉନ୍ନୟନ ସମିତିର ସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନଙ୍କ ନେତୃତ୍ୱରେ କମିଟିର କର୍ମକର୍ତ୍ତାମାନେ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନିଆନଗଲେ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ଉପସଭାପତି ମହେନ୍ଦ୍ର ସାହୁ , ସମ୍ପାଦକ ପ୍ରଦୀପ କୁମାର ଦିଗାଲ , ସହ ସମ୍ପାଦକ ଗୋପାଳ ସାହୁ, ଉପଦେଷ୍ଟା ପାତ୍ର ଦିଗାଲ, ପ୍ରତେ କହଁର, କୁନୁ ପ୍ରଧାନ, ରେଣୁକା ନାୟକ, ଚିନୁ ଦିଗାଲ, ରତିକାନ୍ତ, ମନୋଜ, କିଶାନ, ମଦନ ପ୍ରମୁଖ ସାମିଲ ହୋଇଥିଲେ।