ଆସନ୍ତାକାଲି ଠାରୁ ଖୋଲିବ ମଠ ଓ ମନ୍ଦିର

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଜାନୁଆରୀ ୫ଠାରୁ ଖୋଲିବ ୧୦୫ରୁ ଅଧିକ ମଠ ଓ ମନ୍ଦିର। କରୋନା କଟକଣା ଅନୁପାଳନ ପୂର୍ବକ ଜିଲ୍ଲାରେ ଥିବା ସମସ୍ତ ମଠ ଓ ମନ୍ଦିର ଖୋଲିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଭକ୍ତମାନେ ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ଯଦି କୌଣସି ଭକ୍ତ ଏହାକୁ ଅବମାନନା କରନ୍ତି ତେବେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସ୍ପଷ୍ଟ କରିଛନ୍ତି।