ପିପିଲାପଦରରେ କ୍ଲଷ୍ଟରସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ନାକାମାମୁଡ଼ି ପଞ୍ଚାୟତର ପିପିଲାପଦର ଠାରେ ବ୍ଲକ୍ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରୁକୋଣ୍ଡା ମେଡିକାଲ ଟିମ୍ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଗାର୍ଡେନ ପଦର, ନୂଆଗୁଡା, ନୀଳାପାରୀ, ପେଟିଆଗୁଡା ଆଦି ସମସ୍ତ ଗ୍ରାମବାସୀ ଏହି ଶିବିରକୁ ଆସି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ନାଥ ନାୟକ ଏବଂ ଜିଆରଏସ ସୁଶୀଲ ପାଣିଗ୍ରାହୀ ଏଥିରେ ସହଯୋଗ କରିଥିଲେ। ଏହି ଭିନ୍ନକ୍ଷମ ଶିବିରରେ ଡା. ଆଂଶାରୀ ମାଝୀ, ସରପଞ୍ଚ ବିଶ୍ୱନାଥ ହନ୍ତାଳ, ବିଆରପି ତପସ୍ୱିନୀ ସାହୁ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶଶୀଭୂଷଣ ମହାନ୍ତି, ରାଜେଶ ଗୌଡ଼, ପିଇଓ ଦେବେନ୍ଦ୍ରନାଥ ନାୟକ, ଜିଆରଏସ ସୁଶୀଲ ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଏପରି ଏକ କାର୍ଯ୍ୟକ୍ରମ କରାଯାଇଥିବାରୁ ଗ୍ରାମବାସୀ ପିଇଓ ଦେବେନ୍ଦ୍ର ନାଥ ନାୟକଙ୍କୁ ଧନ୍ୟବାଦ ଦେଇଥିଲେ।