ଶୃଙ୍ଖଳା ପରିବାର ତରଫରୁ ବିଭିନ୍ନ ସ୍ଥାନରେ କମ୍ବଳ ଓ ମାସ୍କ ବଣ୍ଟନ

ଝାରସୁଗୁଡା,ଏନ୍ଏନ୍ଏସ୍: ସମାଜସେବୀ ଅନୁଷ୍ଠାନ ଶୃଙ୍ଖଳା ପରିବାର ପକ୍ଷରୁ ଆଜି ବେଲପାହାଡ, ବନ୍ଧବାହାଲ, ଗୋମାଡେରା ଓ ଗୋବିନ୍ଦପୁର ଅଞ୍ଚଳରେ କମ୍ବଳ ଓ ମାସ୍କ ବଣ୍ଟନ କରାଯାଇଛି। ହାଡ଼ଭାଙ୍ଗା ଶୀତ ଓ କରୋନା ଦାଉରୁ ଗରିବ ଓ ଅସହାୟ ଲୋକଙ୍କୁ ରକ୍ଷା କରିବା ପାଇଁ ଶୃଙ୍ଖଳା ପରିବାର ଏହି ପ୍ରୟାସ ଆରମ୍ଭ କରିଛି। ଆଜି ଶୃଙ୍ଖଳା ସମାଜସେବୀ ଅନୁଷ୍ଠାନର ସଦସ୍ୟମାନେ ବନ୍ଧବାହାଲ ଜଗନ୍ନାଥ ମନ୍ଦିର, ଗୋମାଡେରା ଜଗନ୍ନାଥ ମନ୍ଦିର, ବେଲପାହାଡ ଜଗନ୍ନାଥ ମନ୍ଦିର ଓ ଗୋବିନ୍ଦପୁର ବୃଦ୍ଧାଶ୍ରମକୁ ଯାଇ ୧୫୦ ଜଣ ଗରିବ ଲୋକ ତଥା ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ଓ ମାସ୍କ ବାଣ୍ଟିଛନ୍ତି।

ଆସନ୍ତା ୨୩ ତାରିଖ ଦିନ ବୀର ସୁରେନ୍ଦ୍ର ସାଏ ଜୟନ୍ତୀରେ ଶୃଙ୍ଖଳା ପରିବାର ତରଫରୁ ବନ୍ଧବାହାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯିବ। ଶୃଙ୍ଖଳା ପରିବାର ପକ୍ଷରୁ କୁହାଯାଇଛି ଯେ, ଏହି ସମୟରେ ଅସହାୟ, ଗରିବଙ୍କୁ ସହାୟତା ପ୍ରଦାନ କରାଯିବ। ଆଜି କମ୍ବଳ ଓ ମାସ୍କ ବଣ୍ଟନ ଅବସରରେ ସଂଗଠନର ଉପଦେଷ୍ଟା ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଭୀମ ତନ୍ତୀ, ଉପସଭାପତି ସୁରେଶ କୁମାର ସିଂ, ସମ୍ପାଦକ ଅନୀଲ କୁମାର ପ୍ରଧାନ, ରୁପେଶ କୁମାର ପ୍ରଧାନ, ତ୍ରିନାଥ ସାହୁ, ପ୍ରେମରଞ୍ଜନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।