ସଫେଇ କର୍ମଚାରୀ ସଂଘର ସଭାପତି ହେଲେ ଜୟନ୍ତ ଦିକ୍ଷୀତ

ଝାରସୁଗୁଡ଼ା,ବ୍ରଜରାଜନଗର: ଏନ୍ଏନ୍ଏସ୍: ବ୍ରଜରାଜନଗର ପୌରାଞ୍ଚଳରେ ଥିବା ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନେଇ ଆଜି ନୂତନ ଭାବରେ ଏକ ସଂଘ ଗଠିତ ହୋଇଛି। ପୂର୍ବତନ ଉପନଗରପାଳ ତଥା ପୂର୍ବତନ ଟାଉନ ବିଜେଡି ସଭାପତି ଜୟନ୍ତ ଦିକ୍ଷୀତ ଏହି ନବ ନିର୍ମିତ ସଫେଇ କର୍ମଚାରୀ ସଙ୍ଘର ସଭାପତି ଭାବରେ ମନୋନୀତ ହୋଇଛନ୍ତି। ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଜୟନ୍ତ ଏହି ସଫେଇ କର୍ମଚାରୀମାନଙ୍କ ସହିତ ରହି ସେମାନଙ୍କ ଦୁଃଖ,ସୁଖ ବୁଝୁଥିବାରୁ ସଫେଇ କର୍ମଚାରୀମାନେ ତାଙ୍କୁ ସଭାପତି ଭାବରେ ମନୋନୀତ କରିଥିବା ପ୍ରକାଶ କରିଛନ୍ତି।

ଆଗାମୀ ଦିନରେ ବ୍ରଜରାଜନଗରସ୍ଥିତ ମହାନଦୀ କୋଇଲା କମ୍ପାନୀରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଏହି ସଂଘରେ ସାମିଲ୍ କରିବା ସହ ସରକାରଙ୍କଠାରୁ ସରକାରୀ ସୁବିଧା ସଫେଇ କର୍ମଚାରୀଙ୍କୁ କିଭଳି ଭାବରେ ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘର ସଭାପତି ଜୟନ୍ତ ଦୀକ୍ଷିତ କହିଛନ୍ତି। ସେହିପରି ଆସନ୍ତା ବୈଠକରେ ସଂଘର ଅନ୍ୟ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।