ଭୁବନେଶ୍ୱର,ଏନ୍ଏନ୍ଏସ୍: ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ବଢ଼ିଲା ସମୟ ସୀମା। ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବୃଦ୍ଧି କରିଛନ୍ତି। ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।
ଏସଟିଏ ଦେଇଥିବା ସୂଚନା ଅନୁଯାୟୀ, ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ରେ ସରୁଛି, ସେମାନେ ଏହାକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ଯାଏଁ ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। କରୋନା ମହାମାରୀକୁ ଦେଖି ସରକାର ନୂଆ ଗାଡି ଚାଳକଙ୍କ ପାଇଁ ଏହି ସୁବିଧା କରିଛନ୍ତି।