ନମିତା ଟିପ୍ପୋଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ଏନ୍ଏନ୍ଏସ୍:ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟିପ୍ପୋଙ୍କୁ ଏକଲବ୍ୟ ପୁରସ୍କାରରରେ ସମ୍ମାନିତ କରାଯାଇଛି। ନମିତା ୨୮ ଏକଲବ୍ୟ ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ଭାରୋତ୍ତଳନ ରେ ସ୍ନେହା ସୋରେନଙ୍କୁ ଉପବିଜେତା ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡାଙ୍କୁ ମଧ୍ୟ ଉପବିଜେତା ପୁରସ୍କାର ପ୍ରଦାନ କରାଯାଇଛି। ଦୁଇ ଉପବିଜେତାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। କରୋନା ପାଇଁ ଇମ୍ପାକ୍ଟ ପକ୍ଷରୁ ନିରାଡମ୍ବର ଉତ୍ସବରେ ପୁରସ୍କାର ପ୍ରଦାନ ପ୍ରଦାନ କରାଯାଇଛି।