ଢେଙ୍କାନାଳ,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରେ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି କି କୃଷକଙ୍କୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନାରେ ସଂସ୍କାର ଆଣିଛନ୍ତି। ଚାଷୀକୁ ଅମଳର ଉଚିତ୍ ମୂଲ୍ୟ ମିଳିବା ଦରକାର। କୃଷିକୁ ବ୍ୟବସାୟ ଭିତ୍ତିକ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଆରଏମସିଗୁଡିକ ଚାଷୀମାନଙ୍କୁ ସହଯୋଗ କରୁନାହାନ୍ତି। ସେନେଇ ମୋଦୀ ଜି ମୁକ୍ତ ମାର୍କେଟର ବ୍ୟବସ୍ଥା କରିଛନ୍ତି।
ଚାଷୀର ଆମଦାନୀ ବଢାଇବାକୁ ଏହି କୃଷି ଆଇନରେ ସଂସ୍କାର ହୋଇଛି। ଠିକା ଚାଷରେ ମୂଲ୍ୟ ନିର୍ଦ୍ଧାରିତ କରିଥାଏ ଠିକାଦାର। କୃଷି ଉତ୍ପାଦିତ ଜିନିଷକୁ ଏଫପିଓରୁ ବଡ ବ୍ୟବସାୟୀ କିଣିପାରିବେ। ଚାଷୀ ତାର ଇଚ୍ଛା ମୁତାବକ ମୂଲ୍ୟ ନିର୍ଦ୍ଧାରିତ କରିବେ। ନୂଆ କୃଷି ଆଇନକୁ ନେଇ ଚାଷୀଙ୍କୁ ଭ୍ରମିତ କରାଯାଉଛି।