ନୂଆଦିଲ୍ଲୀ,ଏଜେନ୍ସି: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅପରେସନରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟପଟେ ଏନକାଉଣ୍ଟର ଜାରି ରହିଛି।
ଶୁକ୍ରବାର ଶୋପିଆନ୍ ଜିଲ୍ଲାର କାନିଗାମରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ସୁରକ୍ଷା ବାହିନୀ ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରକୁ ସିଲ୍ କରିଥିଲେ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ଭାବରେ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ନିହତ ମଧ୍ୟରେ ଅଲ-ବଦରର ଜଣେ ସ୍ଥାନୀୟ ଆତଙ୍କବାଦୀ ଥିବା ସୂଚନା ମିଳିଛି।